ଶ୍ରୀନଗର: ସୀମାରେ ଭାରତୀୟ ସେନାକୁ ବଡ଼ ସଫଳତା। କଶ୍ମୀରରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀକୁ ଗିରଫ କରିଛି ଭାରତୀୟ ସେନା। ଗିରଫ ୨ ଜଣ ଆତଙ୍କବାଦୀ ସଂଗଠନ ଲଶ୍କାର-ଇ-ତଇବାର। ଚିନାର ସେନାର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ କେଜିଏସ ଧିଲୋନ୍ ଏବଂ ଜମ୍ମୁ କଶ୍ମୀର ପୁଲିସର ଏଡିଜି ମୁନୀର ଖାନ ଆଜି ଏକ ସାମ୍ବାଦିକ ସମ୍ମିଳନରେ ଏହି ସୂଚନା ଦେଇଛନ୍ତି।
