ବେଜିଂ: ଚୀନରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି। ୩୦ଟି ସହରରେ ଏହା ଆତଙ୍କ ଖେଳାଇଛି। ଏବେ ସ୍ଥିତି ଏଭଳି ହୋଇଛି କରୋନା ସନ୍ଦିଗ୍ଧରେ ଚୀନ ସରକାର ଲୋକଙ୍କୁ ନିର୍ଯାତନା ଦେଉଥିବା ଖବର ମିଳିଛି। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି। ଚୀନ ସରକାରଙ୍କ ସ୍ବାସ୍ଥ୍ୟ ଅଧିକାରୀ ଜଣେ କରୋନା ସନ୍ଦିଗ୍ଧଙ୍କୁ ଜବରଦସ୍ତ ତାଙ୍କ ଘରୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ଏହି ଭିଡ଼ିଓରେ ଦେଖବାକୁ ମିଳୁଛି। ଏହି ଭିଡ଼ିଓ ଉହାନ୍ର ଚାଇନିଜ୍ ଗାର୍ଡେନଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ବୋଲି କୁହାଯାଉଛି। ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କୁ କିଛି ପୁଲିସ ଟେକି ନେଉଥିବାର ଭିଡ଼ିଓ ଭାଇରାଲ ହୋଇଛି। ସେହିପରି ଅନ୍ୟ ଏକ ଭିଡ଼ିଓରେ ଜଣେ ମହିଳାଙ୍କୁ ପୁଲିସ ଘରୁ ଟେକି ଆଣୁଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓଗୁଡ଼ିକ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି।
