ବରେଲି: ଉତ୍ତରପ୍ରଦେଶର ବରେଲି ସହର ଖୁବ୍ ଚର୍ଚ୍ଚିତ। ହୀନ୍ଦି ଫିଲ୍ମ ‘ମେରା ଶାୟା’ର ‘ଝୁମ୍କା ଗିରାରେ ବରେଲି କି ବାଜାର ମେ’ ଗୀତକୁ କିଏ ବା ଭୁଲି ପାରିବ ! ଏ ଗୀତ ଯିଏ ଶୁଣେ, ସିଏ ପଚାରେ ବରେଲିରେ ହଜିଥିବା ଝୁମକା ମିଳିଲା ନା ନାହିଁ ? ଏହି ଉତ୍ତର ଦୀର୍ଘ ୫୪ ବର୍ଷ ପରେ ମିଳିଛି। ବରେଲିରେ ହଜିଥିବା ଝୁମକା ମିଳିଯାଇଛି। ବରେଲିରେ ଏକ ପୋଲ ତିଆରି ହେବା ପରେ ଲୋକେ କହୁଛନ୍ତି ହଜିଥିବା ଝୁମକା ମିଳିଯାଇଛି। ସେହି ପୋଲ ନିକଟରେ ଏକ ଝୁମକା ଆକୃତି ନିର୍ମାଣ କରାଯାଇଛି। ଏହା ଦେଖେଣାହାରୀଙ୍କୁ ଖୁବ୍ ଆକର୍ଷିତ କରୁଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବରେଲି ଜିଲାର ଏନ୍ଏଚ୍ ୨୪ରେ ଥିବା ଜିରୋ ପଏଣ୍ଟ ଏବେ ଲୋକଙ୍କୁ ଆକର୍ଷିତ କରୁଛି। ଏଠାରେ ଏହି ଝୁମକା ନିର୍ମାଣ କରାଯାଇଛି।
